ଜୀବନ ସାଗରେ ତୁ ଏକା ନାବିକ
ବାହୁଅଛୁ କାତ ଧରି
ଅସଜଡା ଏହି ମୋ ମନ ମନ୍ଦିରୁ
ଦୁଃଖ କଷ୍ଟ ନେବୁ ହରି ।
ଏ ମନ ମନ୍ଦିରେ ନିର୍ମାଣ କରିଛି
ମୋ ହୃଦର ସିଂହାସନ
ମୁହୂର୍ତ୍ତେ ତୋ ବିନା ଏ ମନ ବୁଝେନା
ମିଳୁଥାଉ ତୋ ଦର୍ଶନ ।
ଶ୍ରଦ୍ଧା ବିଶ୍ବାସରେ ଫଳ ଫୁଲ ଆଦି
ଅର୍ପଣ କରୁଛି ତୋତେ
ତୋ ସେବାରେ ଅବିରତ ନିୟୋଜିତ
ଥିବି ପଦ ହୃଦଗତେ ।
ଗୀତା ଅଧ୍ୟୟନ ଦେବତା ଦର୍ଶନ
ମୂଳ ତୁଳସୀ ପୂଜନ
କୃଷ୍ଣ ପ୍ରେମରସ ହୃଦେ ପାନକରି
ଲୋଟି ଯାଉ ଏହି ମନ ।
ତୋ ଡୋରିରେ ବନ୍ଧା ହୋଇ ରହିଥିବି
ଭକତର ପ୍ରାଣଧନ
ପୁଣ୍ଯ କଥାମାନ କର୍ଣ୍ଣେ ଶୁଣୁଥିବି
ତୁହି ମୋ ଜୀବ ଜୀବନ ।
Comments
Post a Comment