ବରଗଡ ଜିଲ୍ଲା ବରପାଲି ଗ୍ରାମେ
ଶ୍ରାବଣ ପୂର୍ଣ୍ଣିମା ଦିନ
ଜନମ ଲଭିଲ ଜହ୍ନ ଆଲୁଅରେ
ଗଙ୍ଗାଧର ତୁମ ନାମ ।୧।
ଉତ୍କଳର ଯଶ ଧରଣୀ ବୁକୁରେ
କରି ସାହିତ୍ୟ ସାଧନା
ପ୍ରକୃତିର ଦୃଶ୍ୟ ଦେଖି ଲେଖନୀରେ
କାବ୍ୟ କବିତା ରଚନା ।୨।
ସାହିତ୍ୟ କୁଳରେ ରସ ରତ୍ନାକର
ପ୍ରଥମ କାବ୍ୟରେ ଖ୍ୟାତ
କାବ୍ୟ ତପସ୍ବିନୀ ସହ ଅର୍ଘ୍ୟଥାଳୀ
ଭାଷା ବୈବଭ ମଣ୍ଡିତ ।୩।
କବିତା କଲ୍ଲୋଳ ପ୍ରଣୟ ବଲ୍ଲରୀ
କୀଚକବଧ ପଦ୍ମିନୀ
ନିର୍ମଳ ଚରିତ୍ର ସତ୍ୟ ପରାୟଣେ
ହୋଇଅଛ ସ୍ବାଭିମାନୀ ।୪।
ଇନ୍ଦୁମତୀ ସହ ଅଯୋଧ୍ୟାର ଦୃଶ୍ୟ
କବିତା ମାଳୀ ପ୍ରଭୃତି
କବିତା ରଚନେ ଅର୍ଜନ କରିଛ
ଉତ୍କଳ ମାଟିରେ ଖ୍ୟାତି ।୫।
ରହିଅଛ ରହି ଥିବ ଚିରଦିନ
କୋଟି ଜନତାଙ୍କ ହୃଦେ
ମଧୁମୟ ଗୀତ କୃଷକ ସଂଗୀତ
ଝରୁଥାଉ ପଦେ ପଦେ ।୬।
ଓଡିଆ ଭାଷାକୁ ଗଢି ତୋଳିଅଛ
ଅତୁଳନୀୟ ରୂପରେ
ବାତ୍ସଲ୍ୟର ରସ ଅମୃତ ଧାରାରେ
ଢାଳି ଦେଲ ଜଗତରେ ।୭।
ସ୍ନେହ ପ୍ରେମ ଦୟା ମଧୁମୟ ସୃଷ୍ଟି
ଦିବ୍ୟ ରସରେ ଅତୁଳ
ଶାନ୍ତ ସରଳରେ ମୋହିଛ ଜଗତ
ପ୍ରେମଧାରା ଅନାବିଳ ।୮।
Comments
Post a Comment