ଜୀବନ ସାଗରେ ତୁ ଏକା ନାବିକ ବାହୁଅଛୁ କାତ ଧରି ଅସଜଡା ଏହି ମୋ ମନ ମନ୍ଦିରୁ ଦୁଃଖ କଷ୍ଟ ନେବୁ ହରି । ଏ ମନ ମନ୍ଦିରେ ନିର୍ମାଣ କରିଛି ମୋ ହୃଦର ସିଂହାସନ ମୁହୂର୍ତ୍ତେ ତୋ ବିନା ଏ ମନ ବୁଝେନା ମିଳୁଥାଉ ତୋ ଦର୍ଶନ । ଶ୍ରଦ୍ଧା ବିଶ୍ବାସରେ ଫଳ ଫୁଲ ଆଦି ଅର୍ପଣ କରୁଛି ତୋତେ ତୋ ସେବାରେ ଅବିରତ ନିୟୋଜିତ ଥିବି ପଦ ହୃଦଗତେ । ଗୀତା ଅଧ୍ୟୟନ ଦେବତା ଦର୍ଶନ ମୂଳ ତୁଳସୀ ପୂଜନ କୃଷ୍ଣ ପ୍ରେମରସ ହୃଦେ ପାନକରି ଲୋଟି ଯାଉ ଏହି ମନ । ତୋ ଡୋରିରେ ବନ୍ଧା ହୋଇ ରହିଥିବି ଭକତର ପ୍ରାଣଧନ ପୁଣ୍ଯ କଥାମାନ କର୍ଣ୍ଣେ ଶୁଣୁଥିବି ତୁହି ମୋ ଜୀବ ଜୀବନ ।