Skip to main content

Posts

ଶ୍ରୀ ଜଗନ୍ନାଥ

  ଜୀବନ ସାଗରେ ତୁ ଏକା ନାବିକ ବାହୁଅଛୁ କାତ ଧରି ଅସଜଡା ଏହି ମୋ ମନ ମନ୍ଦିରୁ ଦୁଃଖ କଷ୍ଟ ନେବୁ ହରି   । ଏ ମନ ମନ୍ଦିରେ ନିର୍ମାଣ କରିଛି ମୋ ହୃଦର ସିଂହାସନ   ମୁହୂର୍ତ୍ତେ ତୋ ବିନା ଏ ମନ ବୁଝେନା ମିଳୁଥାଉ ତୋ ଦର୍ଶନ     । ଶ୍ରଦ୍ଧା ବିଶ୍ବାସରେ ଫଳ ଫୁଲ ଆଦି ଅର୍ପଣ କରୁଛି ତୋତେ ତୋ ସେବାରେ ଅବିରତ ନିୟୋଜିତ ଥିବି ପଦ ହୃଦଗତେ         । ଗୀତା ଅଧ୍ୟୟନ ଦେବତା ଦର୍ଶନ ମୂଳ ତୁଳସୀ ପୂଜନ କୃଷ୍ଣ ପ୍ରେମରସ ହୃଦେ ପାନକରି ଲୋଟି ଯାଉ ଏହି ମନ       । ତୋ ଡୋରିରେ ବନ୍ଧା ହୋଇ ରହିଥିବି ଭକତର ପ୍ରାଣଧନ ପୁଣ୍ଯ କଥାମାନ କର୍ଣ୍ଣେ ଶୁଣୁଥିବି ତୁହି ମୋ ଜୀବ ଜୀବନ       ।
Recent posts

ହେ ଗଙ୍ଗାଧର

  ବରଗଡ ଜିଲ୍ଲା           ବରପାଲି ଗ୍ରାମେ            ଶ୍ରାବଣ ପୂର୍ଣ୍ଣିମା ଦିନ ଜନମ ଲଭିଲ           ଜହ୍ନ ଆଲୁଅରେ            ଗଙ୍ଗାଧର ତୁମ ନାମ       । ୧। ଉତ୍କଳର ଯଶ             ଧରଣୀ ବୁକୁରେ            କରି ସାହିତ୍ୟ ସାଧନା ପ୍ରକୃତିର ଦୃଶ୍ୟ           ଦେଖି ଲେଖନୀରେ             କାବ୍ୟ କବିତା ରଚନା           । ୨। ସାହିତ୍ୟ କୁଳରେ           ରସ ରତ୍ନାକର           ପ୍ରଥମ କାବ୍ୟରେ ଖ୍ୟାତ କାବ୍ୟ ତପସ୍ବିନୀ             ସହ ଅର୍ଘ୍ୟଥାଳୀ            ଭାଷା ବୈବଭ ମଣ୍ଡିତ             । ୩। କବିତା କଲ୍ଲୋଳ             ପ୍ରଣୟ ବଲ୍ଲରୀ             କୀଚକବଧ   ...